ରାଜ୍ୟ କ୍ୟାବିନେଟରେ ୧୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିଲା ମୋହର

ଭୁବନେଶ୍ୱର,୨୨/୦୧: ଆଜି ରାଜ୍ୟ କ୍ୟାବିନେଟରେ ୧୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିଛି । ଏନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି । କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତି ମୁତାବକ କୋରାପୁଟ, ରାୟଗଡା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର ଓ ଗଜପତି ଭଳି ରାଜ୍ୟର ୬ଟି ଜିଲ୍ଲାରେ ସ୍ଥାୟୀ ଜୀବିକା ନିମାନେ କଫି ଚାଷ କାର୍ଯ୍ୟକାରୀ କରାଯିବ । ଏହା ମାଧ୍ୟମରେ ୨୦୨୨ରୁ ୨୦୨୭ ପର୍ଯ୍ୟନ୍ତ ୧୧୪୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସେହିପରି ନରାଜରେ ବୈଦ୍ୟୁତିକ ଯାନ ଓ ବ୍ୟାଟେରୀ ଉତ୍ପାଦନ ପ୍ରକଳ୍ପ କରାଯିବ। ଏହାକୁ ଜେଏସଡବ୍ଲ୍ୟୁ ଗ୍ରୁପ କରିବାକୁ ଥିବାବେଳେ ଏହାଦ୍ୱାରା ୪୦୦୦ରୁ ଅଧିକ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି ହେବ । ସେହିପରି କଳାହାଣ୍ଡି ଜିଲ୍ଲା କୋକସରାଠାରେ ନୂତନ ଅବକାରୀ ଥାନା, ଓଡିଶା ଅଗ୍ନିଶମ ସେବାର କ ଓ ଖ ବର୍ଗ ଅଧିକାରୀମାନଙ୍କୁ ନିଯୁକ୍ତି ଓ ଚାକିରି ସର୍ତ୍ତ ନିୟମାବଳୀରେ ସଂଶୋଧନ କରାଯାଇଛି ।