ଈଶ୍ବର ବେହେରାକୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର, ୧୧/୨:ଦେଶଦ୍ରୋହ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଈଶ୍ବର ବେହେରାଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଏହି ଦଣ୍ଡାଦେଶ ଶୁଣାଇଛନ୍ତି ବାଲେଶ୍ବର ADJ-1 କୋର୍ଟ।ସେ କ୍ଷେପଣାସ୍ତ୍ର ପରୀକ୍ଷଣ ପୂର୍ବରୁ ସୂଚନା ଦେଉଥିବା ପ୍ରମାଣିତ ହୋଇଥିଲା । ଉଲ୍ଲେଖ ଯୋଗ୍ୟ ଯେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ISIକୁ ସମସ୍ତ ତଥ୍ୟ ଯୋଗାଉଥିଲା ଈଶ୍ବର । ୧୨୦A, ୧୨୦B,୧୨୧ ଓ ସେକ୍ସନ ୩,୪,୫ରେ ଦୋଷୀ ସାବ୍ୟସ୍ତ ହୋଇଥିଲା ଈଶ୍ୱର। ୨୦୧୪ ଡିସେମ୍ବର ୨୨ରେ ଈଶ୍ବରକୁ ଗିରଫ କରିଥିଲା ଚାନ୍ଦିପୁର ପୋଲିସ ।