ଓଲିଉଡ ଲୋକପ୍ରିୟ ନିର୍ଦ୍ଦେଶକ ସୁଧାକର ବସନ୍ତ ଗାଡି ଦୁର୍ଘଟଣାଗ୍ରସ୍ତ, ଗୁରୁତର ଭାବେ ମେଡିକାଲରେ ଭର୍ତ୍ତି

ଭୁବନେଶ୍ୱର,୨୧/୦୧: ଓଲିଉଡ ଲୋକପ୍ରିୟ ନିର୍ଦ୍ଦେଶକ ସୁଧାକର ବସନ୍ତ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଯାହା ଫଳରେ ସେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। କଟକ ଜିଲ୍ଲା ଚୌଦ୍ୱାରଠାରେ ତାଙ୍କ କାର ଦୁର୍ଘଟଣାଗସ୍ତ ହୋଇଛି। କାରରେ ଥିବା ତାଙ୍କ ଡ୍ରାଇଭର ମଧ୍ୟ ଗୁରୁତର ହୋଇଛନ୍ତି। ଦୁଇ ଜଣଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ସିମେଣ୍ଟ ବୋଝେଇ କାରକୁ ସୁଧାକର ବସନ୍ତଙ୍କ ଗାଡ଼ି ଧକ୍କା ଦେଇଥିଲା। ତାଙ୍କ ଗାଡ଼ିଟି ପୂରା ଭାଙ୍ଗି ଯାଇଛି। କାରକୁ କାଟି ଭିତରୁ ଦୁଇ ଜଣଙ୍କୁ ବାହାର କରାଯାଇଥିଲା।