ଆସନ୍ତାକାଲି ସୁପ୍ରିମକୋର୍ଟରେ ହେବ କୋଟିଆ ମାମଲାର ଶୁଣାଣି

ନୂଆଦିଲ୍ଲୀ, ୧୧/୨: କୋଟିଆରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରିବା ପ୍ରସଙ୍ଗ ଉଠିଥିଲା। ଏହି ପ୍ରସଙ୍ଗକୁ ନେଇ ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି ହେବ । ଅନ୍ୟପଟେ ଓଡ଼ିଶାର ଆବେଦନକୁ ଗ୍ରହଣ କରିଛନ୍ତି ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି । ମାମଲାର ଶୁଣାଣି କରିବାକୁ ଆସନ୍ତାକାଲିକୁ ସମୟ ମଧ୍ୟ ଧାର୍ଯ୍ୟ କରିଛନ୍ତି କୋର୍ଟ । ଉଲ୍ଲେଖ ଯୋଗ୍ୟ ଯେ ଆନ୍ଧ୍ର ଅଦାଲତ ଅବମାନନା କରୁଥିବା ନେଇ ଅଭିଯୋଗ କରିଥିଲା ଓଡ଼ିଶା । ମାମଲାର ଜରୁରୀ ଶୁଣାଣି ପାଇଁ ଆବେଦନ କରିଥିଲେ ରାଜ୍ୟ ସରକାର । ଏହାସହ ସୀମା ବିବାଦ ନେଇ ୧୯୬୮ ଓ ୨୦୦୬ରେ ସ୍ଥିତାବସ୍ଥା ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।