ଆସନ୍ତା ୨୯ରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନେ ଖଡଗେ

ଭୁବନେଶ୍ୱର,୨୦/୦୧: ଆସନ୍ତା ୨୯ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନେ ଖଡଗେ । କଂଗ୍ରେସ ସଭାପତି ହେବା ପରେ ଏହା ଖଡଗେଙ୍କର ଏହା ପ୍ରଥମ ଓଡ଼ିଶା ଗସ୍ତ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସଙ୍ଗଠନକୁ ମଜବୁତ କରିବାକୁ ଦଳୀୟ କର୍ମୀଙ୍କୁ ଖଡ଼ଗେ ମନ୍ତ୍ର ଦେବେ । ଏନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ୨୯ ତାରିଖରେ ଏକ ଜନସଭାକୁ ସମ୍ବୋଧିତ କରିବେ ଖଡଗେ ।କାର୍ଯ୍ୟକ୍ରମରେ ଓଡିଶାର ବୁଥ୍ କମିଟି, ଜିଲ୍ଲା ସଭାପତି, ବ୍ଲକ୍ ସଭାପତିଙ୍କ ସହ ୫୦ ହଜାର ଲୋକ ଉପସ୍ଥିତ ରହିବେ । ଏହି  ସାଧାରଣ ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଦଳ ପକ୍ଷରୁ ଜୋରଦାର ଉଦ୍ୟମ କରାଯାଉଛି । ଅନ୍ୟପଟେ ଆଗାମୀ ଦିନରେ ଭାରତ ଯୋଡ ନ୍ୟାୟ ଯାତ୍ରାରେ ଓଡିଶା ଦେଇ ଯିବେ ସାଂସଦ ରାହୁଲ ଗାନ୍ଧୀ ।