ଦ୍ଵିତୀୟ ବିବାହ କଲେ ଟେନିସ ତାରକା ସାନିଆ ମିର୍ଜାଙ୍କ ସ୍ବାମୀ ସୋଏବ ମଲ୍ଲିିିକ

ନୂଆଦିଲ୍ଲୀ,୨୦/୦୧: ପୁଣି ଥରେ ଦ୍ଵିତୀୟ ବିବାହ କଲେ ଭାରତୀୟ ଟେନିସ ତାରକା ସାନିଆ ମିର୍ଜାଙ୍କ ସ୍ବାମୀ ସୋଏବ ମଲ୍ଲିିିକ।  ସେ ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ନିଜର ଜୀବନସାଥୀ ରୂପେ ବାଛିଛନ୍ତି ଓ ଦୁହେଁ ବିବାହ କରିଛନ୍ତି। ସୋଏବ ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ବାହାଘରର ଫଟୋ ସେୟାର୍‌ କରିଛନ୍ତି। ୨୮ ବର୍ଷୀୟା ସନା ପାକିସ୍ତାନର ଅନେକ ଟିଭି ସୋ’ରେ ନଜର ଆସିଛନ୍ତି। ଏହାବ୍ୟତୀତ ସେ ଅନେକ ମ୍ୟୁଜିକ୍‌ ଭିଡିଓରେ ବି ଦେଖିବାକୁ ମିଳିଛନ୍ତି।

ଏପଟେ ସୋଏବ ଓ ସାନିଆଙ୍କ ଛାଡ଼ପତ୍ର ଖବର ବି ସୋସିଆଲ୍‌ ମିଡିଅ‌ାରେ ଚର୍ଚ୍ଚା ପାଲଟିଥିଲା। ସେ ଦୁହେଁ କେବେ ମୁହଁ ଖୋଲି ନକହିଥିଲେ ବି ଏବେ ସୋଏବଙ୍କ ଦ୍ଵିତୀୟ ବିବାହ ଏହାକୁ ସ୍ପଷ୍ଟ କରିଦେଇଛି।