ଅଯୋଧ୍ୟାରେ ପହଁଚିଲା ଦୁନିଆର ସବୁଠୁ ଦାମୀ ରାମାୟଣ ବହି, ଜାପାନର ଜୈବିକ କାଳିରେ ହୋଇଛି ଲେଖା

ନୂଆଦିଲ୍ଲୀ,୨୦/୦୧: ଆସନ୍ତା ୨୨ରେ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜନ ହେବ । ଏଠି ପାଇଁ ଆଉ ହାତଗଣତି ଆଉ ଦୁଇ ଦିନ ବାକି ରହିଲା । ଏହାରି ଭିତରେ ଅଯୋଧ୍ୟାରେ ଦୁନିଆର ସବୁଠୁ ଦାମୀ ରାମାୟଣ ବହି ଆସି ପଂହଚିଛି । ଏହି ରାମାୟଣ ବହିର ଦାମ ୧ ଲକ୍ଷ ୬୫ ହଜାର ଟଙ୍କା । ଏହି ବହିକୁ ଆଣିଛନ୍ତି ବିକ୍ରେତା ମନୋଜ ସତୀ । ଏହି ରାମାୟଣ ବହିର ଡିଜାଇନ ମଧ୍ୟ ନିଆରା । ସୂଚାନଯୋଗ୍ୟ ଯେ ବହିଟି ଯେଉଁ ବାକ୍ସ ଭିତରେ ରହିବ ତାହା ଆମେରିକାର ଅଖରୋଟ କାଠରେ ତିଆରି ହୋଇଛି । ସେହିପରି ଜାପାନର ଜୈବିକ କାଳିରେ ବହିକୁ ଲେଖା ହୋଇଛି । ଲେଖିବାକୁ ଯେଉଁ କାଗଜ ତିଆରି ହୋଇଛି ତାହା ଫ୍ରାନ୍ସରେ ପ୍ରସ୍ତୁତ ହୋଇଛି । ଏହି କାଗଜ ସଂପୂର୍ଣ୍ଣ ଭାବେ ଏସିଡ ମୁକ୍ତ ରହିଛି । ଏହି କାଗଜ ସ୍ୱତନ୍ତ୍ର ଭାବରେ ଏହି ବହି ପାଇଁ ତିଆରି ହୋଇଛି । ଏହା ବଜାରରେ ଉପଲବ୍ଧ ନାହିଁ । ଏହି ରାମାୟଣ ବହିର ପ୍ରତ୍ୟେକ ପୃଷ୍ଠାକୁ ଭିନ୍ନ ଭିନ୍ନ ଡିଜାଇନ ଦିଆଯାଇଛି । ଯାହାଦ୍ୱାରା ପାଠକମାନେ ଏକ ସ୍ୱତନ୍ତ୍ର ଓ ଦିବ୍ୟ ଅନୁଭୂତି ପାଇପାରିବେ ।