ପରଲୋକରେ ପୂର୍ବତନ ସାଂସଦ ଅନାଦି ସାହୁ

ଭୁବନେଶ୍ୱର,୨୦/୦୧: ଆରପାରିରେ ପୂର୍ବତନ ସାଂସଦ ତଥା ପୂର୍ବତନ ପୋଲିିସ ଅଧିକାରୀ ଅନାଦି ସାହୁ । କଟକ ସଡିଏ ସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ବ୍ରହ୍ମପୁରରୁ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ପୋଲିସ ଚାକିରି ବେଳେ ସେ ଅନେକ ମେଡାଲ ମଧ୍ୟ ପାଇଥିଲେ । ଅନାଦି ଚରଣ ସାହୁଙ୍କ ବିୟୋଗରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି ।