ଫେବୃଆରୀ ୫ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ

ଭୁବନେଶ୍ୱର୧୯/୦୧: ଫେବୃଆରୀ ୫ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ ।ଏହି କାମଚଳା ଅଧିବେଶନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ଷୋଡଶ ବିଧାନସଭାର ଏହା ଶେଷ ଅଧିବେଶନ । ଫେବ୍ରୁଆରୀ ୫ ତାରିଖରେ ରାଜ୍ୟପାଳ ରଘୁବର ଦାସ ରଖିବେ ଅଭିଭାଷଣ । ଫେବ୍ରୁଆରୀ ୮ରେ କାମଚଳା ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଯେହେତୁ ଆଗକୁ ସାଧାରଣ ନିର୍ବାଚନ ଅଛି ତେଣୁ ଏହାପୂର୍ବରୁ କାମଚଳା ବଜେଟ ଆଗତ କରିବେ ସରକାର ।