ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ, ଜାନୁଆରୀ ୨୨ରେ ଅଧା ଦିନ ଛୁଟି ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୮/୦୧: ଆସନ୍ତା ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ରହିଛି। ଏନେଇ କେନ୍ଦ୍ର ସରକାର ବଡ ଘୋଷଣା କରିଛନ୍ତି।ସେହି ଦିନ ଅଧା ଦିନ ଛୁଟି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଅପରାହ୍ନ ୨ଟା ୩୦ ଯାଏଁ ଛୁଟି ଘୋଷଣା କରିଛନ୍ତି ସରକାର । ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଅବସରରେ ସମସ୍ତ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ, କେନ୍ଦ୍ରୀୟ ସଂସ୍ଥା ଓ କେନ୍ଦ୍ର ଅଧିନସ୍ଥ ଶିଳ୍ପାନୁଷ୍ଠାନ ଗୁଡିକ ଅପରାହ୍ନ ୨ଟା ୩୦ ଯାଏଁ ଛୁଟି ରହିବ । ଯେପରି ସରକାରୀ କର୍ମଚାରୀ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧାପ୍ରସାରଣ ଦେଖିପାରିବେ । କର୍ମଚାରୀଙ୍କ ଭାବନା ଓ ଅନୁରୋଧକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଅଧାଦିନ ଛୁଟି ଘୋଷଣା କରିବାକୁ ନିଷ୍ପତ୍ତି ନେଇଛନ୍ତି ।