ଆସନ୍ତା ୩୦ ଭିତରେ ସରିବ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି

ଭୁବନେଶ୍ୱର,୧୮/୦୧: ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ଆସନ୍ତା ଏପ୍ରିଲ ୩୦ ଭିତରେ ସରିବ। ଏନେଇ ହାଇକୋର୍ଟକୁ ଜଣାଇଛି ଏଏସଆଇ । ଏହାସହ ହାଇକୋର୍ଟ  ପରବର୍ତ୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ସପ୍ତାହରେ ମାମଲାର ପରବର୍ତୀ ଶୁଣାଣି ହେବ । ଆମିକସ୍ କ୍ୟୁରି ନାଟମଣ୍ଡପ ମରାମତି କାମ ଜାରି ରହିଥିବା ନେଇ କୋର୍ଟଙ୍କୁ ଅବଗତ କରାଇଛନ୍ତି ।