ପାକିସ୍ତାନ ସୀମାରେ ଇରାନର ଏୟାର ଷ୍ଟ୍ରାଇକ୍

ଭୁବନେଶ୍ୱର,୧୭/୦୧: ପାକିସ୍ତାନ ସୀମାରେ ପଶି ଇରାନ ଏୟାର ଷ୍ଟ୍ରାଇକ୍ କରିଥିବା ଜଣାପଡ଼ିଛି। ଏହି ସର୍ଜିକାଲ ଷ୍ଟ୍ରାଇକରେ ଘନ ଘନ ମିସାଇଲ ମାଡ଼ରେ ୩ ଆତଙ୍କୀ ଆଡ୍ଡା ସମ୍ପ୍ରୂ୍ଣ୍ଣ ଧ୍ୱଂସ ହୋଇଥିବା ଇରାନ ସେନା ପକ୍ଷରୁ ସୂଚନା ଦିଆଯାଇଛି ।ବେଲୁଚିସ୍ତାନ ପଜଂଗୁର ଇଲାକାରେ ଇରାନ ରିଭୋଲ୍ୟୁସନାରୀ ଗାର୍ଡ କର୍ପ୍ସ ପକ୍ଷରୁ ଏହି ସର୍ଜିକାଲ ଷ୍ଟ୍ରାଇକ କରାଯାଇଛି । ଜୈଶ ଅଲ ଅଦଲ ପକ୍ଷରୁ ଇରାକ ଓ ସିରିଆ ଉପରେ ମିଶାଇଲ ଆକ୍ରମଣର ଗୋଟିଏ ଦିନ ପରେ ଜବାବ ଦେଇଛି ଇରାନ। ଏହି ଆତଙ୍କୀ ସଂଗଠନ ପାକିସ୍ତାନ ସୀମାରେ ରହି ଇରାକ ସୁରକ୍ଷା ବଳ ଉପରେ ପୂର୍ବରୁ ବାରମ୍ବାର ଆକ୍ରମଣ କରୁଥିବା ବେଳେ ଏହାର ଜବାବ ଦେବାକୁ ଯାଇ ପାକିସ୍ତାନ ସୀମାରେ ପଶି କ୍ଷେପଣାସ୍ତ୍ର ମାଡ଼ କରିଛି ।ଇରାନ ଏହି ଆକ୍ରମଣରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ବ୍ୟବହାର କରିଛି ।