ଏଣିକି ବିମାନ ଉଡାଣରେ ବିଳମ୍ବ ହେଲେ ହ୍ୱାଟ୍ସଆପରେ ଜାଣିପାରିବେ ଯାତ୍ରୀ!

ଭୁବନେଶ୍ୱର,୧୬/୦୧: ପ୍ରାୟତଃ ସମସ୍ତେ ଏବେ ବିମାନରେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ବେଳେ ବେଳେ ବିମାନ ଉଡାଣ ବିଳମ୍ବ ହୋଇଥାଏ। ଆଉ ଏହି ଖବର ଯାତ୍ରୀଙ୍କ ପାଖେ ଶୀଘ୍ର ପହଞ୍ଚି ପାରିନଥାଏ। ଏଣିକି ବିମାନ ଉଡାଣରେ ବିଳମ୍ବ ହେଲେ ଯାତ୍ରୀଙ୍କୁ ହ୍ୱାଟ୍ସଆପ୍ ମାଧ୍ୟମରେ ଜଣାଇବେ ଏୟାରଲାଇନ୍ସ । ଇଣ୍ଡିଗୋ ବିମାନ ଘଟଣା ପରେ ଡିଜିସିଏ ପକ୍ଷରୁ ଏନେଇ ଏସଓପି ଜାରି କରାଯାଇଛି । ଉତମ ଯୋଗାଯୋଗ ଏବଂ ଯାତ୍ରୀଙ୍କ ସୁବିଧା ପାଇଁ ଏଭଳି ଏସଓପି ଜାରି କରଯାଇଛି । ବିମାନ ଉଡାଣରେ ବିଳମ୍ବ ହେବାକୁ ଥିଲେ ତୁରନ୍ତ ଲୋକଙ୍କ ଅସୁବିଧା ନେଇ ସୂଚନା ଦେବାକୁ ଜାରି ହୋଇଥିବା ଏସଓପିରେ ନିର୍ଦ୍ଦେଶ ଦିଆଯାଇଛି ।ବିମାନ ବିଳମ୍ବ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଯାତ୍ରୀଙ୍କୁ ଏସଏମଏସ କିମ୍ବା ଇମେଲ ଦ୍ୱାରା ଆଗୁଆ ସୂଚନା ଦିଆଯିବ ।