ବାର୍ଷିକ ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ ଉଦଯାପିତ, ଏମଜିଏମ ଗ୍ରୁପର ସହଯୋଗକୁ ବିଭିନ୍ନ ମହଲରେ ପ୍ରଶଂସା

ଭୁବନେଶ୍ୱର,୧୬/୦୧: ରାଜଧାନୀର ଏକାମ୍ରକାନନ ପରିସରରେ ଆୟୋଜିତ ବାର୍ଷିକ ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ ଉଦଯାପିତ ହୋଇଯାଇଛି। ଚଳିତ ବର୍ଷର ପ୍ରଦର୍ଶନୀ ବେଶ ଆନନ୍ଦ ଦାୟକ ଥିବା ପ୍ରଦର୍ଶନୀ ବୁଲିବାକୁ ଆସିଥିବା ପୁଷ୍ପପ୍ରେମୀ ମାନେ ମତବ୍ୟକ୍ତ କରିଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ପ୍ରକୃତିପ୍ରେମୀ ଏହି ପ୍ରଦର୍ଶନୀକୁ ଭୁୟସୀ ପ୍ରଶଂସା କରିଛନ୍ତି। ଏହି ପ୍ରଦର୍ଶନୀରେ ୩୬ଟି ଅନୁଷ୍ଠାନ ଅଂଶଗ୍ରହଣ କରିଥିବା ବେଳେ ପ୍ରାୟ ୫୦ହଜାରରୁ ଉର୍ଦ୍ଧ୍ଵ ଦର୍ଶକ ଏହାକୁ ଉପଭୋଗ କରିଛନ୍ତି। ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ତଥା ଜଳବାୟୁ ପରିବର୍ତ୍ତନ ବିଭାଗ ର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଯୋଗ ଦେଇ ପ୍ରଦର୍ଶନୀରେ ଭାଗ ନେଇଥିବା ଅନୁଷ୍ଠାନ ମାନଙ୍କ ମଧ୍ୟରୁ କୃତି ଅନୁଷ୍ଠାନ ଗୁଡିକୁ ପୁରଷ୍କାର ବିତରଣ କରିଥିଲେ। ବିଶିଷ୍ଟ ସମାଜସେବୀ, ପ୍ରକୃତିପ୍ରେମୀ ତଥା ଏମଜିଏମ ଗ୍ରୁପର ଅଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତି ବିଶେଷ  ଭାବେ ଏହି ପ୍ରଦର୍ଶନୀକୁ ସହଯୋଗ କରିଥିବାରୁ ବିଶିଷ୍ଟ ଅତିଥି ମାନେ ତାଙ୍କୁ ପ୍ରଶଂସା କରିଥିଲେ। ଉଲ୍ଲେଖ ଯୋଗ୍ୟ ଯେ ପ୍ରଦର୍ଶନୀ କୁ ପ୍ରଧାନ ବନ୍ୟପ୍ରାଣୀ ସଂରକ୍ଷକ ତଥା ପ୍ରଧାନ ବନପାଳ ଦେବିଦତ୍ତ ବିଶ୍ୱାଳ ଉଦଘାଟନ କରିଥିଲେ।