ଆଜିଠୁ ଧନୁଯାତ୍ରା ଆରମ୍ଭ, ମହାରାଜ କଂସ ଆଦେଶରେ ଚାଲିବ ପୁରା ବ୍ୟବସ୍ଥା

ଭୁବନେଶ୍ୱର,୧୫/୦୧: ଆଜି ଉଦଘାଟିତ ହୋଇଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ବିଶ୍ୱର ସବୁଠୁ ବଡ଼ ମୁକ୍ତାକାଶ ରଂଗମଂଚରେ ମଂଚସ୍ଥ ହେବ ନାଟ୍ୟାଭିନୟ । ଦୀର୍ଘ ୧୧ ଦିନ ଧରି ଗଣତନ୍ତ୍ର ବଦଳରେ ଚାଲିବ ପ୍ରତିକାତ୍ମକ ରାଜତନ୍ତ୍ର । ଯାତ୍ରା ପାଇଁ ପ୍ରସ୍ତୁତ ରହିଛି ଉଭୟ ମଥୁରାପୁର ଏବଂ ଗୋପପୁର । ଧନୁଯାତ୍ର ପାଇଁ ୨୧ରୁ ଅଧିକ କଳାକାର ଦଳ ବରଗଡ଼ରେ ପହଂଚି ସାରିଛନ୍ତି । ଆଉ ଏଥର ଧନୁଯାତ୍ର ପାଇଁ ହୋଇଛି କଡ଼ା ସୁରକ୍ଷା ବ୍ୟବସ୍ଥା ।ଏପଟେ ଧନୁଯାତ୍ରାର ସୁରକ୍ଷା ପାଇଁ ସଜାଗ୍ ରହିଛନ୍ତି ସୁରକ୍ଷା ବାହିନୀ । ଲକ୍ଷାଧିକ ଦର୍ଶକଙ୍କ ସମାଗମକୁ ଦୃଷ୍ଟିରେ ରଖି ମଧୁରାନଗରୀର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । କଂସଙ୍କ ଅଟ୍ଟହାସ୍ୟରେ ପ୍ରକମ୍ପିତ ହେବ ମଧୁରାନଗର । ୧୧ ଦିନ ଧରି ଚାଲିବ ମହାରାଜଙ୍କ ରାଜୁତି । ମହାରାଜ କଂସ ଆଦେଶରେ ଚାଲିବ ପୁରା ବ୍ୟବସ୍ଥା ।