ସଡକ ଦୁର୍ଘଟଣାରେ ଜଣେ ମୃତ ଓ ୪ ଆହାତ

ଭୁବନେଶ୍ୱର, ୧୧/୨: ନୂଆପଡା ଜିଲ୍ଲା ଖଡିଆଳ ଥାନା ବଡମହେଶ୍ବରରେ ଏକ ଅଭାବନୀୟ ଘଟଣା ଘଟିଛି। ସେଠାରେ ସଡ଼କ ଦୁର୍ଘଟଣା ଘଟିଛି । ୩୫୩ ଜାତୀୟ ରାଜପଥ ଉପରେ ଏକ ଛିଡା ହୋଇଥିବା ଟ୍ରକକୁ ଧକ୍କା ଦେଇଛି ଇନୋଭା ଗାଡି । ଏହି ଦୁର୍ଘଟଣାରେ ନବ ରତନ ପୋଢ଼ଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହାତ ହୋଇଛନ୍ତି । ବାହାଘର ଭୋଜି ଖାଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।