୧୭ ତାରିଖ ଦିନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଦିନକୁ ସରକାରୀ ଛୁଟି ଭାବେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪/୦୧: ଆସନ୍ତା ୧୭ ତାରିଖ ଦିନ ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବ। ଏହି ଉତ୍ସବ ଭକ୍ତି ଓ ଉତ୍ସାହର ସହିତ ଅନୁଷ୍ଠିତ ହେବାକୁ ଯାଉଛି।  ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତମାନେ ଯେପରି ଆନନ୍ଦର ସହ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି କରିପାରିବେ। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ଜାନୁଆରି ୧୭ ତାରିଖ ଦିନଟିକୁ ସରକାରୀ ଛୁଟି ଭାବରେ ଘୋଷଣା କରିଛନ୍ତି। ସେହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ସ୍କୁଲ ଓ କଲେଜ ବନ୍ଦ ରହିବ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଐତିହ୍ୟ ପ୍ରକଳ୍ପର ଲୋକାର୍ପଣ କରିବେ। ଏହି ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ଯଜ୍ଞ ପାଇଁ ପୂଜାନୀତି ଆରମ୍ଭ ହୋଇଯାଇଛି। ଯଜ୍ଞମଣ୍ଡପ ଓ ପରିକ୍ରମା ମାର୍ଗ ବି ପ୍ରସ୍ତୁତ ହୋଇସାରିଛି।