ପରିକ୍ରମା ପ୍ରକଳ୍ପ ସ୍ଥଳ ବୁଲି ଦେଖିଲେ ଫାଇଭ୍-ଟି ଅଧ୍ୟକ୍ଷ

ଭୁବନେଶ୍ୱର,୧୪/୦୧: ଆସନ୍ତା ୧୭ରେ ଉଦଘାଟନ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏହାରିମଧ୍ୟରେ ଆଜି ସକାଳୁ ସକାଳୁ ପୁରୀ ପରିକ୍ରମା ପ୍ରକଳ୍ପ ସ୍ଥଳ ବୁଲି ଦେଖିଛନ୍ତି ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ପୁରୀରେ ପହଂଚିବା ପରେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ଏହା ପରେ ପରିକ୍ରମା ସ୍ଥଳରେ ପହଂଚିଥିଲେ । ପ୍ରରିକ୍ରମା ପ୍ରକଳ୍ପ ସ୍ଥଳ ବୁଲି ଦେଖିବା ସହ ଉଉଦଘାଟନ ନେଇ ଯଜ୍ଞ ଓ ଅନ୍ୟାନ୍ୟ କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ଫାଇଭ୍-ଟି ଅଧ୍ୟକ୍ଷଙ୍କ ସହ ପୁରୀ ଜିଲ୍ଲାପାଳ ଓ ଏସ୍ପି ମଧ୍ୟ ଉପସ୍ଥିତ ଥିଲେ । ଏହା ସହ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ମଧ୍ୟ ପାଣ୍ଡିଆନଙ୍କ ପରିକ୍ରମା ସ୍ଥଳକୁ ଯାଇଥିଲେ ।