ସମ୍ବଲପୁର ଗସ୍ତରେ ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍

ଭୁବନେଶ୍ୱର,୧୩/୦୧: ସମ୍ବଲପୁର ଗସ୍ତରେ ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ସମଲେଇ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ଫାଇଭ୍-ଟି ଅଧ୍ୟକ୍ଷ । ଏହି ସମୀକ୍ଷା ବୈଠକରେ ଆରଡିସିଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳ, ମହାନଗର ନିଗର କମିଶନର ଉପସ୍ଥିତ ଥିଲେ । ଏହା ପରେ ମା’ ସମଲେଶ୍ୱରୀ ମନ୍ଦିରକୁ ଯାଇଥିଲେ ଫାଇଭ୍-ଟି ଅଧ୍ୟକ୍ଷ । ମା’ଙ୍କୁ ଦର୍ଶନ କରିବା ସହ ସମଲେଇ ସମଲେଇ ପ୍ରକଳ୍ପ ବୁଲି ଦେଖି ଅଗ୍ରଗତି କାଯ୍ୟର ସମୀକ୍ଷା କରିଛନ୍ତି । ଆସନ୍ତା ୨୭ ତାରିଖରେ ସମଲେଇ ପ୍ରକଳ୍ପର ଉଦ୍ଘାଟନ କରାଯିବ । ମା’ଙ୍କ ପୀଠକୁ ନୂଆ ରୂପରେ ଦେଖିବାକୁ ପାଇବେ ଶ୍ରଦ୍ଧାଳୁ । ଉଦ୍ଘାଟନ ପାଇଁ ଯେଉଁ ସମୟ ଧାଯ୍ୟ କରାଯାଇଛି, ସେହି କାମ କେତେ ଦୂର ଗଲା ତାହା ସମୀକ୍ଷା କରିବା ସହ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।