ରାଜଧାନୀରେ ଉଦ୍ଧାର ହୋଇଥିବା ମୁଣ୍ଡ ବିହୀନ ମୃତଦେହର ମିଳିଲା ପରିଚୟ

ଭୁବନେଶ୍ୱର,୧୧/୨: ଭୁବନେଶ୍ବର ଅନ୍ଧାରୁଆରେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ହୋଇଥିଲା। ଏହି ଘଟଣାରେ ଡିଜିଟାଲ ଫିଙ୍ଗରପ୍ରିଣ୍ଟରୁ ମହିଳାଙ୍କ ପରିଚୟ ମିଳିଥିବା ସୂଚନା ମିଳିଛି ।୪୦ କିମି ଦୂରରୁ ଆଣି ଅନ୍ଧାରୁଆ ଦାସ ପୁରରେ ଫିଙ୍ଗା ଯାଇଥିଲା ମୃତହେବ । ପ୍ରମାଣ ନଷ୍ଟ ପାଇଁ ଏଭଳି ଯୋଜନାବଦ୍ଧ ଷଡଯନ୍ତ୍ର କରାଯାଇଥିବା ଜଣାପଡିଛି । ଅନ୍ୟପଟେ ଆଜି ମହିଳାଙ୍କ ପରିଚୟ ଓ ହତ୍ୟାକାଣ୍ଡର କାରଣ ନେଇ ଆଜି ପ୍ରେସ୍‌ମିଟ୍‌ରେ ଖୁଲାସା କରିବ କମିସନରେଟ ପୋଲିସ ।