ଫେବୃଆରୀ ପହିଲାରେ ଆସିବ ଅନ୍ତରୀଣ ବଜେଟ

ନୂଆଦିଲ୍ଲୀ,୧୧/୦୧: ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଛି । ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଏହାପୂର୍ବରୁ ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ବଜେଟ୍ ଆସିବ । ଫେବୃଆରୀ ୧ ତାରିଖରେ ଆସିବ ଏହି ଅନ୍ତରୀଣ ବଜେଟ୍ ।

ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣ । କୁହାଯାଉଛି ଏହି ବଜେଟ୍ରେ କିଛି ବଡ ଘୋଷଣା କରିପାରନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ଦେଶର ଲକ୍ଷ ଲକ୍ଷ କ୍ଷୁଦ୍ର ଉଦ୍ୟୋଗୀଙ୍କ ପାଇଁ ଏଥର ବଜେଟରେ କିଛି ଘୋଷଣା କରି ପାରନ୍ତି କେନ୍ଦ୍ର ସରକାର । ଆୟକର ସୀମାରେ ବି ପରିବର୍ତନ ହୋଇପାରେ ।