ରାହୁଲ ଗାନ୍ଧୀଙ୍କ ଭାରତ ଯୋଡା ନ୍ୟାୟ ଯାତ୍ରା ପାଇଁ ଲୋଗୋ ଉନ୍ମୋଚିତ

ନୂଆଦିଲ୍ଲୀ,୧୧/୦୧: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡା ନ୍ୟାୟ ଯାତ୍ରା ପାଇଁ ଲୋଗୋ ଉନ୍ମୋଚନ କରିଛି ରାଜ୍ୟ କଂଗ୍ରେସ । ଏଥିସହ ଲୋକଙ୍କୁ ଅପିଲ କରି ମିସ କଲ ଦେଇ ନ୍ୟାୟ ଯାତ୍ରାରେ ସାମିଲ ହେବା ପାଇଁ କଂଗ୍ରେସ ଏକ ମୋବାଇଲ ନମ୍ବର ଜାରି କରିଛି । ଏହି ଯାତ୍ରା ବେଳେ ଓଡିଶାରେ ରାହୁଲ ଗାନ୍ଧୀ ୪ ଦିନ ରହିବେ । ରାଜ୍ୟର ୪ଟି ଜିଲ୍ଲା ଦେଇ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ଯିବାର କାର୍ଯ୍ୟକ୍ରମ ରହିଛି । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା ଦେଇ ଓଡିଶାରେ ଏହି ଯାତ୍ରା ଯିବ । ଜାନୁଆରି ୧୪ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ଯାତ୍ରା ୬୬ ଦିନରେ ୧୫ଟି ରାଜ୍ୟ ଓ ୧୧୦ଟି ଜିଲ୍ଲା ଦେଇ ଯିବ । ମଣିପୁରର ଆରମ୍ଭ ହୋଇ ମୁମ୍ବାଇରେ ରାହୁଲ ଗାନ୍ଧୀଙ୍କ ଯାତ୍ରା ସରିବ । ଏହି ଯାତ୍ରା ଦେଶରେ ଜନ ଜାଗରଣ ସୃଷ୍ଟି ପାଇଁ ଏହିଯାତ୍ରା ହେଉଥିବା କହିଛି କଂଗ୍ରେସ ।