ଭାରତୀୟ ନୌସେନାରେ ଦୃଷ୍ଟି ୧୦ଷ୍ଟାର ଲାଇନର ଡ୍ରୋନ ସାମିଲ

ନୂଆଦିଲ୍ଲୀ,୧୦/୦୧: ଭାରତୀୟ ନୌସେନାର ବୃଦ୍ଧି ପାଇଲା ଶକ୍ତି। ଆଦାନି ଡିଫେନ୍ସ ଓ ଏରୋସ୍ପେଶ ଦ୍ୱାରା ବିକଶିତ କରାଯାଇଥିବା ଦୃଷ୍ଟି ୧୦ଷ୍ଟାର ଲାଇନର ଡ୍ରୋନକୁ ନୌସେନାରେ ସାମିଲ କରାଯାଇଛି । ମାନବ ରହିତ ଏହି ସ୍ୱଦେଶୀ ଡ୍ରୋନକୁ ହାଇଦ୍ରାବାଦରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୌସେନାରେ ସାମିଲ କରାଯାଇଛି ।

ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ ଡ୍ରୋନ ‘ଦୃଷ୍ଟି ୧୦ଷ୍ଟାର ଲାଇନର’ର ପେଲୋଡ କ୍ଷମତା ୪୫୦ କେଜି ରହିଥିବା ବେଳେ ଏହା ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଲକ୍ଷ୍ୟକୁ ଭେଦ କରିବାକୁ ସକ୍ଷମ ରହିଛି। ଏହାଦ୍ୱାର ସମୁଦ୍ର ମଧ୍ୟରେ ଶତ୍ରୁ ରାଷ୍ଟ୍ରଙ୍କୁ ଜବାବ ଦେବା ଆହୁରି ସହଜ ହେବ ବୋଲି କହିଛନ୍ତି ନୌସେନା ମୁଖ୍ୟ ।