କଟକ ସନ୍‌ ହସ୍ପିଟାଲ ବନ୍ଦ କରିବାକୁ ନିର୍ଦ୍ଦେଶ

କଟକ, ୧୦/୨: କଟକ ସନ୍‌ ହସ୍ପିଟାଲରେ ଗତ କିଛି ଦିନ ତଳେ ଅଗ୍ନିକାଣ୍ଡ ଘଟଣା ଘଟିଥିଲା। ଏହି ଘଟଣା ପରେ ଆଜି ହସ୍ପିଟାଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ସାମୟିକ ଭାବେ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉଲ୍ଲେଖ ଯୋଗ୍ୟ ଯେ ଫେବ୍ରୁଆରି ୧ରେ ପଞ୍ଚମ ମହଲାରେ ଅଗ୍ନିକାଣ୍ଡ ହୋଇଥିଲା । ବେନିୟମ ଭାବେ ପଞ୍ଚମ ମହଲାରେ ଅଫିସ ଓ କ୍ୟାଣ୍ଟିନ ଚାଲିଥିଲା ବୋଲି ସୂଚନା ରହିଛି।