ଅର୍ଜୁନ ପୁରସ୍କାର ପାଇଲେ କ୍ରିକେଟର ମହମ୍ମଦ ସାମି

ଭୁବନେଶ୍ୱର,୯/୧: ଅର୍ଜୁନ ପୁରସ୍କାର ପାଇଛନ୍ତି କ୍ରିକେଟର ମହମ୍ମଦ ସାମି । ରାଷ୍ଟ୍ରପତି ଭବନରେ ଆୟୋଜିତ ଜାତୀୟ କ୍ରୀଡା ପୁରସ୍କାର ପ୍ରଦାନ ଉତ୍ସବରେ ତାଙ୍କୁ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ୨୦୨୩ ବର୍ଷ ପାଇଁ କ୍ରୀଡ଼ା ପୁରସ୍କାର ଘୋଷଣା କରାଯାଇଥିବା ବେଳେ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ୨୦୨୩ ବିଶ୍ୱକପରେ ସାମିଙ୍କ ଦମଦାର ପ୍ରଦର୍ଶନ ପାଇଁ ଭାରତୀୟ କ୍ରିକେଟ୍ ବୋର୍ଡ ବିସିସିଆଇ ସାମିଙ୍କ ନାମ ସୁପାରିଶ କରିଥିଲା । ସାମି ୨୦୨୩ ବିଶ୍ୱକପରେ ସର୍ବାଧିକ ୱିକେଟ୍ ନେଇ ଚର୍ଚ୍ଚାକୁ ଆସିଥିଲେ । ୭ଟି ମ୍ୟାଚରେ ୨୪ଟି ୱିକେଟ୍ ନେଇ ଶ୍ରେଷ୍ଠ ବୋଲର ପାଲଟିଥିଲେ ।