ଟ୍ରକ ସହ କାର ଧକ୍କା, ଦୁଇ ପୋଲିସ କର୍ମଚାରୀ ମୃତ

ଭୁବନେଶ୍ୱର,୯/୦୧:  ସୋନିପତ୍‌ର କୁଣ୍ଡାଲି ସୀମା ନିକଟରେ ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହେବା ପରେ ଦିଲ୍ଲୀ ପୁଲିସର ଦୁଇଜଣ ପୁଲିସ କର୍ମଚାରୀଙ୍କର ମୃତ୍ୟୁ ଘଟିଛି।ଉତ୍ତର ପଶ୍ଚିମ ଜିଲ୍ଲା ସ୍ପେସାଲ ଷ୍ଟାଫରେ ନିଯୁକ୍ତି ପାଇଥିବା ଇନ୍ସପେକ୍ଟର ଦୀନେଶ ବେନିୱାଲ ଏବଂ ଆଦର୍ଶ ନଗର ପୁଲିସ ଷ୍ଟେସନରେ ପୋଷ୍ଟ ହୋଇଥିବା ଏଟିଓ ଇନ୍ସପେକ୍ଟର ରଣବୀର  ଯାତ୍ରା କରୁଥିବା ବେଳେ ସେମାନଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଯାହା ଫଳରେ ସେମାନଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ କାର ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।