ଦୁର୍ବୃତ୍ତଙ୍କ ଆକ୍ରମଣରେ ହୋଟେଲ୍ ବ୍ୟବସାୟୀଙ୍କ ମୃତ୍ୟୁ

ରାଉରକେଲା, ୧୦/୨: ରାଉରକେଲାରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୋଟେ ହୋଟେଲ୍ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତାଙ୍କ ଅବସ୍ଥା ଗୁରୁତର ହୋଇଯିବା ରୁ ତାଙ୍କୁ ଇସ୍ପାତ ଜେନେରାଲ୍ ହସ୍ପିଟାଲରେ ଭର୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଇସ୍ପାତ ଜେନେରାଲ୍ ହସ୍ପିଟାଲରେ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ଗତ ରାତିରେ ଘରକୁ ଫେରୁଥିବା ବେଳେ ଡିଲକ୍ସ ହୋଟେଲ୍ ଲେନ୍‌ରେ ବ୍ୟବସାୟୀଙ୍କ ଉପରେ ଲୁହା ରଡ଼ରେ ଆକ୍ରମଣ ହୋଇଥିଲା । କିନ୍ତୁ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି। ଏବେ ପ୍ଲାଣ୍ଟସାଇଟ୍ ପୋଲିସର ତଦନ୍ତ ଜାରି ରହିଛି।