ବିଲକିସ ବାନୋ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ପୁଣିଥରେ ୧୧ଜଣ ଯିବେ ଜେଲ

ନୂଆଦିଲ୍ଲୀ, ୮/୦୧: ବିଲକିସ ବାନୋ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇଛି। ଦୋଷୀମାନଙ୍କୁ ସମୟ ପୂର୍ବରୁ ମୁକ୍ତ କରିବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି । ଏବେ ଦୋଷୀମାନଙ୍କୁ ୨ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ହେବ । ସମସ୍ତ ଦୋଷୀଙ୍କୁ ପୁଣି ଜେଲରେ ରହିବାକୁ ପଡିବ । ସୁପ୍ରିମକୋର୍ଟ ସୋମବାର କହିଛନ୍ତି ଯେ, ଯେଉଁ ରାଜ୍ୟରେ ଜଣେ ଅପରାଧୀଙ୍କ ବିରୋଧରେ ବିଚାର କରାଯାଇ ଦଣ୍ଡାଦେଶ ଦିଆଯାଏ, ସେହି ରାଜ୍ୟ ଦୋଷୀମାନଙ୍କୁ ଛାଡ଼ ପାଇଁ ହୋଇଥିବା ଆବେଦନ ଉପରେ ନିଷ୍ପତ୍ତି ନେବାକୁ ସକ୍ଷମ । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଗୁଜରାଟ ଏହି ମାମଲାରେ ଦୋଷୀମାନଙ୍କୁ ଦିଆଯାଇଥିବା ଦଣ୍ଡ ଛାଡ଼ ପାଇଁ ଆଦେଶ ଦେଇପାରିବ ନାହିଁ । ମହାରାଷ୍ଟ୍ର ସରକାର ଏହି ନିଷ୍ପତ୍ତି ନେଇପାରନ୍ତି । ବିଲକିସ୍ ବାନୋ ଦୁଷ୍କର୍ମ ମାମଲାରେ ଗୁଜରାଟ ସରକାର ୧୧ ଜଣ ଦୋଷୀଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ୨୦୦୨ ଗୋଧ୍ରା ଦଙ୍ଗା ସମୟରେ ବାନୋଙ୍କୁ ୧୧ ଜଣ ଦୋଷୀ ଗଣଦୁଷ୍କର୍ମ ପରେ ହତ୍ୟା କରିଥିଲେ । ତେବେ ଗୁଜରାଟ ସରକାରଙ୍କ ଏହି ନିଷ୍ପତ୍ତିକୁ କ୍ଷମତାର ଅପବ୍ୟବହାରର ଉଦାହରଣ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।