ଦେଶର ତୃତୀୟ ସର୍ବାଧିକ ପ୍ରଦ୍ୟୁଷିତ ସହର ପାଲଟିଛି ବାଲେଶ୍ୱର

ଭୁବନେଶ୍ୱର,୮/୦୧: ଦେଶର ତୃତୀୟ ସର୍ବାଧିକ ପ୍ରଦ୍ୟୁଷିତ ସହର ପାଲଟିଛି ବାଲେଶ୍ୱର । ରାଜଧାନୀ ଦିଲ୍ଲୀ ସମେତ ଅନେକ ବଡ ସହର ବାଲେଶ୍ୱର ତୁଳନାରେ କମ୍ ପ୍ରଦୂଷିତ ରହିଛି । ପ୍ରଦୂଷଣର ଅତି ଖରାପ ଶ୍ରେଣୀରେ ରାଜ୍ୟରେ ବାଲେଶ୍ୱର, ବାରିପଦା, ଭୁବନେଶ୍ୱର, କଟକ ସହର ରହିଛି । ସିବିସିବି ତଥ୍ୟ ଅନୁଯାୟୀ, ବାଲେଶ୍ୱର ସହରର ଏକ୍ୟୁଆଇ ଅତି ସାଂଘାତିକ ସ୍ତରରେ ରହିଛି । ଅପରାହ୍ନ ୪ଟା ସୁଦ୍ଧା ଦିଲ୍ଲୀ ବାୟୁରେ ଏକ୍ୟୁଆଇ ପିଏମ୍-୨.୫ ତଥା ଛୋଟ ଧୂଳିକଣାର ମାତ୍ରା ୩୩୩ ରହିଛି । ଯେତେବେଳେ କି ବାଲେଶ୍ୱରର ଏକ୍ୟୁଆଇ ପିଏମ୍-୨.୫ ମାତ୍ରା ୩୩୪ରେ ପହଂଚିଛି । ବିଗତ ସପ୍ତାହେ ହେଲା ବାଲେଶ୍ୱର ସମେତ ଉତର ଓଡ଼ିଶାର ଅଧିକାଂଶ ସହର ବାୟୁରେ ଛୋଟ ଧୂଳିକଣା ଜମି ରହୁଥିବାରୁ ପରିଣାମ ଅଧିକ ସାଂଘାତିକ ସ୍ତର ଆଡ଼କୁ ଗତି କରୁଛି । ଚିନ୍ତାର ବିଷୟ ହେଉଛି ଯେ ଏକ୍ୟୁଆଇ ଅତି ସାଂଘାତିକ ସ୍ତରରେ ରହିଥିବା ଦେଶର ୧୭ଟି ସହର ମଧ୍ୟରେ ଓଡ଼ିଶାର ୬ଟି ସହର ରହିଛି । ବାଲେଶ୍ୱର ବ୍ୟତୀତ ବାରିପଦାରେ ଏକ୍ୟୁଆଇ ପିଏମ୍-୨.୫ ମାତ୍ରା ୩୧୬ରେ ପହଂଚିଥିବା ବେଳେ କେନ୍ଦୁଝରରେ ୩୧୪, ରାଇରଙ୍ଗପୁରରେ ୩୦୮ ରେକର୍ଡ ହୋଇଛି ।