ରାଜ୍ୟରେ ଜାରି ରହିଛି ଶୀତ, ୧୫ ଡିଗ୍ରୀ ତଳେ ୧୯ ସହରର ତାପମାତ୍ରା

ଭୁବନେଶ୍ୱର,୮/୦୧: ରାଜ୍ୟରେ ଏବେ ବି ଜାରି ରହିଛି ଶୀତର ଲହରି । ୧୫ ଡିଗ୍ରୀ ତଳେ ୧୯ ସହରର ତାପମାତ୍ରା । ୭.୪ ଡିଗ୍ରୀ ସହ ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି କୋରାପୁଟରେ ୮ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୮ .୫ ଡିଗ୍ରୀ ଓ ଫୁଲବାଣୀରେ ୯ .୫ ଡିଗ୍ରୀ ଓ ସେମିଳିଗୁଡ଼ାରେ ୯ .୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।ଭୁବନେଶ୍ୱରର ରାତିର ତାପମାତ୍ରା ୧୪.୪ଡିଗ୍ରୀ ରହିଛି । ରାଜ୍ୟରେ ୨ଦିନ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ । ଉପକୂଳଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖାଦେବ ।