ମଦପିଇ ଗାଡ଼ି ଚଳାଉଲେ ହୋଇଯାଅନ୍ତୁ ସାବଧାନ, ଧରପଡିଲେ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୭/୦୧: ମଦପିଇ ଗାଡ଼ି ଚଳାଉଥିବା ଡ୍ରାଇଭରମାନଙ୍କୁ ଉଚିତ୍‌ ଶିକ୍ଷା ଦେବା ପାଇଁ ଭୁବନେଶ୍ବର ବସ୍‌ ମାଲିକ ସଂଘ ଆଗାମୀ ଦିନରେ ବ୍ୟାପକ ପଦକ୍ଷେପ ନେବାକୁ ଯାଉଛି। ବସ୍‌ ମାଲିକ ସଂଘ ଆସନ୍ତା ୧୫ ତାରିଖ ଠାରୁ ନିଶାଡ଼ି ଡ୍ରାଇଭରଙ୍କୁ ଯାଞ୍ଚ କରିବ। ସଙ୍ଘ ପକ୍ଷରୁ ବରମୁଣ୍ଡାରେ ଜୋରଦାର ଚେକିଂ କରାଯିବ। ଯେଉଁମାନେ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇଉଥିବେ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ମଦ୍ୟପ ଡ୍ରାଇଭରଙ୍କୁ କୌଣସି ଗାଡ଼ି ଚଳାଇବାକୁ ଦିଆଯିବ ନାହିଁ। ତାକୁ ସମ୍ପୂର୍ଣ୍ଣ ରୂପେ ବ୍ୟାନ କରାଯିବ। ସଂଘ କହିଛି ଯେ, ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇବା ଦ୍ୱାରା ଯେଉଁ ଦୁର୍ଘଟଣା ବଢୁଛି ତାକୁ ନଜରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ତେବେ ସଂଘର ଏହି ନିଷ୍ପତ୍ତିକୁ ଓଡ଼ିଶା ଡ୍ରାଇଭର ମହାସଙ୍ଘ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି।