ଖୁବଶୀଘ୍ର ମାଲକାନଗିରିକୁ ଉଡିବ ବିମାନ: ସରିଛି ପ୍ରସ୍ତୁତି, ହେଲା ଟ୍ରାଏଲ ରନିଙ୍ଗ

ଭୁବନେଶ୍ୱର,୭/୦୧: ଖୁବଶୀଘ୍ର ମାଲକାନଗିରିକୁ ଉଡିବ ବିମାନ। ଏନେଇ ସମସ୍ତ ପ୍ରସ୍ତୁତି ସରିଛି। ଏହାସହ ଆଜି ରନୱେରେ ବିମାନ୍ ଟ୍ରାଏଲ ରନିଙ୍ଗ ବି କରିଛି । ଆସନ୍ତା ସପ୍ତାହରେ ନୂଆ ବିମାନବନ୍ଦରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ ଓ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ ।