ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଶେଷ ପର୍ଯ୍ୟାୟରେ ପହଁଚିଛି ପ୍ରସ୍ତୁତି

ଭୁବନେଶ୍ୱର,୭/୧: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି। ପରିକ୍ରମା ପ୍ରକଳ୍ପକୁ ଭବ୍ୟ କରିବା ପାଇଁ ପ୍ରଶାସନ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଉଛି । ଆସନ୍ତା ୧୪ ତାରିଖରୁ ପରିକ୍ରମା ପ୍ରକଳ୍ପର ସୁରକ୍ଷା ବ୍ୟବସ୍ଥା ଦାୟିତ୍ୱ ପୁଲିସକୁ ହସ୍ତାନ୍ତର ହେବ । ପୂରା ସହରକୁ ବ୍ଲାକେଟ୍ ସିକ୍ୟୁରିଟିରେ ରଖାଯିବ । ଭିଭିଆଇପି ଓ ସାଧାରଣ ଭକ୍ତଙ୍କ ପାଇଁ  ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ସିସିଟିଭି ବଳୟରେ ରହିବ ପୂରା ସହର । ଅନ୍ୟପଟେ ଟ୍ରାଫିକ ପରିଚାଳନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ଏହାସହ ସିସିଟିଭି ୮୦ଟି ସ୍ଥାନରେ ଲାଗିବା ନେଇ ସ୍ଥାନ ମଧ୍ୟ ନିରୂପଣ କରାଯାଇଛି । ସୂଚନାଯୋଗ୍ୟ ଯେ ଆସନ୍ତା ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବ।