ଆଜିଠୁ ବୁଲିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ

ପୁରୀ,୬/୦୧:  ଆଜିଠୁ ଗାଁ ଗାଁ ବୁଲିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ । ରାଜ୍ୟର ସମସ୍ତ ପଂଚାୟତ, ବିଜ୍ଞାପିତ ଅଂଚଳ ପରିଷଦ ଓ ଗାଁ ପରିକ୍ରମା କରିବା ସହ ଘରୁ ଅରୁଆ ଚାଉଳ, ଗୁଆ ଓ ନଡିଆ ସଂଗ୍ରହ କରାଯିବ । ଆଜି ପ୍ରଥମ ଦିନରେ ପୁରୀ ସହରର ସଦର ବ୍ଲକ, ୨୫ ନମ୍ବର ଜୋନ୍ର ତଲଜଂଘ ଓ ମାଳତୀପାଟପୁର, ୨୬ ନମ୍ବର ଜୋନ୍ର ଗୋପୀନାଥପୁର ଓ କାଶୀ ହରିପୁର, ୨୭ ନମ୍ବର ଜୋନ୍ର ବାଲିପୁଟ ଓ ରାଏଗୋରଡା ପଂଚାୟତରେ ରଥ ପରିକ୍ରମା କରିବ । ପିଇଓ ଏବଂ ଜିଆରଏସ୍ମାନେ ପଞ୍ଚାୟତରେ ନୋଡାଲ ଅଫିସର ଭାବେ କାମ କରିବେ । ଆସନ୍ତା ୧୭ ତାରିଖରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏଥିପାଇଁ ୧୨ ତାରିଖରୁ ଯଜ୍ଞ ଆରମ୍ଭ ହେବ ।