୮ଟି ନୂଆ ଶିଳ୍ପ ପ୍ରକଳ୍ପକୁ ମିଳିଲା ମଞ୍ଜୁରି

ଭୁବନେଶ୍ୱର, ୯/୨: ରାଜ୍ୟରେ ୧୨୪୨ କୋଟିର ୮ଟି ନୂଆ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି ଦେଲା ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ କମିଟି । ଏହି ୮ଟି ଶିଳ୍ପରେ ୩୧୩୫ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସୁନ୍ଦରଗଡ଼ କଲୁଙ୍ଗାରେ ହେବ ଲୌହଗୁଣ୍ଡ ପ୍ଲାଣ୍ଟ ହେବ ଓ ସେଠାରେ ୪୩୦ ଜଣ ନିଯୁକ୍ତି ପାଇବେ। ୩ ହଜାର କୋଟି ଟନ୍‌ କ୍ଷମତାର ପ୍ଲାଣ୍ଟରେ ନିବେଶ ହେବ ୬୭.୮୩ କୋଟି ଟଙ୍କା। ସେହିପରି ଖୋର୍ଦ୍ଧାରେ ଓରିକନ୍‌ ଖାଦ୍ୟ ଓ ପାନୀୟ ଶିଳ୍ପୋଦ୍ୟୋଗ ହେବ  ଓ ସେଥିରେ ୧୨୦ କୋଟି ଟଙ୍କା ନିବେଶ କରାଯିବାକୁ ଥିବା ବେଳେ ନିଯୁକ୍ତି ପାଇବେ ୧୧୦ ଜଣ। ଖୋର୍ଦ୍ଧାର ଇନ୍‌ଫୋ ଭ୍ୟାଲିରେ  ସୌର ପ୍ୟାନେଲ ଓ ବ୍ୟାଟେରି ଶିଳ୍ପ ହେବ ଓ  ନିବେଶ ହେବ ୬୭.୫୦ କୋଟି ଓ  ସେଥିରେ ୬୮୦ ଜଣ ନିଯୁକ୍ତି ପାଇବେ।