ଏଣିକି ସହଜ ହେବ ଚକ ଜମିର ବିକ୍ରୟ, ହସ୍ତାନ୍ତର, ବଣ୍ଟନ ପ୍ରକ୍ରିୟା

ଭୁବନେଶ୍ୱର,୫/୦୧: ଏଣିକି ସହଜ ହେବ ଚକ ଜମିର ବିକ୍ରୟ, ହସ୍ତାନ୍ତର, ବଣ୍ଟନ ପ୍ରକ୍ରିୟା । ଓଡିଶାର ପ୍ରାୟ ୮ ହଜାର ଗାଁର ଲକ୍ଷାଧିକ ଲୋକ ଉପକୃତ ହେବେ । ପୂର୍ବରୁ ଚକବନ୍ଦୀ ନିୟମ ଉଲ୍ଲଙ୍ଘନ କରି ବିକ୍ରୟ, ହସ୍ତାନ୍ତର ଓ ବଣ୍ଟନ କରାଯାଇଥିବା ଜମି ଏବେ ବୈଧ ଭାବେ ଗଣନା ହେବ । ପୂର୍ବରୁ ଓଡିଶା ଚକବନ୍ଦୀ ଓ ଭୂମିର ବିଭକ୍ତିକରଣ ନିବାରଣ ଅଧିନିୟମ, ୧୯୭୨ ଚକଜମିର ଖଣ୍ଡବିଖଣ୍ଡନକୁ ରୋକୁଥିଲା ଓ ଏହି ଆଇନ ଉଲ୍ଲଙ୍ଘନ କରି କରାଯାଇଥିବା ଯେକୌଣସି ଜମିର ହସ୍ତାନ୍ତରୀକରଣ କିମ୍ବା ବଂଟନ ବେଆଇନ ଥିଲା । ଏହା ଲୋକଙ୍କ ଉପରେ ପ୍ରଭାବ ପକାଉଥିଲା । ସେମାନେ ଆବଶ୍ୟକତା ସମୟରେ ନିଜ ଜମିର ବିକ୍ରିୟ, ହସ୍ତାନ୍ତର ଓ ବଂଟନ କରିବାରୁ ବଂଚିତ ହେଉଥିଲେ । ଅଧିନିୟମକୁ ସଂଶୋଧନ କରିବା ନିମନ୍ତେ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ଏହା ବିଧାନସଭାରେ ପାରିତ ହୋଇ ଆଇନ ବିଭାଗ ଦ୍ୱାରା ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।