ବାୟୁ ପ୍ରଦୂଷଣରେ ଦିଲ୍ଲୀକୁ ଟପିଲା ଅନୁଗୁଳ

ଭୁବନେଶ୍ୱର,୪/୦୧: ଓଡ଼ିଶାରେ ବାୟୁ ପ୍ରଦୂଷଣ ହେବାରେ ଲାଗିଛି। ଏହାରିମଧ୍ୟରେ ବାୟୁ ପ୍ରଦୂଷଣରେ ଦିଲ୍ଲୀକୁ ଟପିଯାଇଛି ଅନୁଗୁଳ । କଟକ, ଭୁବନେଶ୍ୱର ଓ ବାଲେଶ୍ୱରରେ ବି ସ୍ଥିତି ସଙ୍ଗୀନ । ଗତକାଲି ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ବା ବାୟୁ ପ୍ରଦୂଷଣ ମାନ ସୂଚକାଙ୍କ ୩୪୧ଥିବା ବେଳେ ଅନୁଗୁଳରେ ୩୫୪ଅର୍ଥାତ ‘ଭେରି ପୁଅର’ ବର୍ଗରେ ଥିବା ରେକର୍ଡ କରାଯାଇଛି । ସେହିପରି ବାଲେଶ୍ୱରରେ ଏକ୍ୟୁଆଇ ୩୧୨, କଟକରେ ୩୦୩ ରହିଥିବା ବେଳେ ଭୁବନେଶ୍ୱରରେ ଏହା ୨୮୮ ରହିଛି । ଗତ ଦୀପାବଳି ସମୟରେ ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ ସାଂଘାତିକ ସ୍ଥିତିରେ ପହଂଚିଥିଲା । ଏବେ ଶୀତ ଦିନରେ ଏତେ ମାତ୍ରାରେ ପ୍ରଦୂଷଣ ବଢ଼ିବା ଚିନ୍ତା ବଢ଼ାଇଛି ।