ଇରାନର କରମାନ ସହରରେ ଭୟଙ୍କର ବିସ୍ଫୋରଣ, ୭୩ମୃତ

ନୂଆଦିଲ୍ଲୀ,୩/୦୧: ଇରାନର କରମାନ ସହର ନିକଟ ଏକ କବରସ୍ଥାନରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୭୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨୦ ରୁ ଅଧିକ ଲୋକ ଆହାତ ହୋଇଛନ୍ତି । ରିପୋର୍ଟ ମୁତାବକ ଏହି କବରସ୍ଥାନରେ କମାଣ୍ଡର କାସିମ ସୁଲେମାନୀଙ୍କୁ କବର ଦିଆଯାଇଥିଲା । ଏହି କବରସ୍ଥାନ ନିକଟରେ ୨ଟି ବିସ୍ଫୋରଣ ଘଟିଛି । ବୁଧବାର ଦିନ ଇରାନବାସୀ କମାଣ୍ଡର ସୁଲେମାନୀଙ୍କ ମୃତ୍ୟୁବାର୍ଷିକ ସେହି କବରସ୍ଥାନ ନିକଟରେ ପାଳନ କରୁଥିଲେ ।