ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩/୦୧: ବଲାଙ୍ଗୀର ଜିଲ୍ଲାବାସୀଙ୍କୁ ନୂଆବର୍ଷ ଭେଟି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି। ୨୭୨୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ପ୍ରକଳ୍ପ। ଏହାସହ ୩୦୫ କୋଟିର ୬୯ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍, ଉନ୍ନୟନ କମିସନର୍ ଅନୁ ଗର୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷା, ବିଧାୟକ ନରସିଂହ ମିଶ୍ର, ମୁକେଶ ମହାଲିଙ୍ଗ, ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡର ଅଧ୍ୟକ୍ଷ କଳିକେଶ ସିଂହଦେଓ ପ୍ରମୁଖ ଉପସ୍ଥିତ ଅଛନ୍ତି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୧ ନଭେମ୍ବର ୨୪ ତାରିଖ ପ୍ରକଳ୍ପର ଶିଳାନ୍ୟାସ କରିଥିବା ବେଳେ ବିସ୍ଥାପନକୁ ନେଇ ବ୍ୟାପକ ଆନ୍ଦୋଳନ ଯୋଗୁଁ ଏହାର ନିର୍ମାଣ ବିଳମ୍ବ ହୋଇଥିଲା। ୧୭୭ ମିଟର ସ୍ପିଲ୍‌ୱେ, ୧୪୧୦ ମିଟର ଲମ୍ବ ମାଟିବନ୍ଧ ଥିବା ଏହି ପ୍ରକଳ୍ପରେ ୧୨ଟି ଜଳ ନିଷ୍କାସନ ଗେଟ୍‌ ରହିଛି। ଏହି ପ୍ରକଳ୍ପ ଦ୍ବାରା ବଲାଙ୍ଗୀର ଜିଲ୍ଲାର ୨୯ଟି ଗ୍ରାମ ପ୍ରଭାବିତ ହୋଇଥିବା ବେଳେ ୧୫ଟି ଗାଁ ସଂପୂର୍ଣ୍ଣ ଓ ୧୪ଟି ଗାଁ ଆଂଶିକ ବୁଡ଼ିଛି। ଏହି ‌ଗ୍ରାମ ଗୁଡ଼ିକର ୩ ହଜାର ପରିବାର ବିସ୍ଥାପିତ ହୋଇଛନ୍ତି। ୫୩୦୦ କୋଟି ଟଙ୍କା ବ୍ୟୟ ହୋଇଥିବା ଏହି ପ୍ରକଳ୍ପ ଯୋଗୁଁ ପ୍ରାୟ ୪୦ ହଜାର କେକ୍ଟର ଜମି ଜଳସେଚିତ ହୋଇ ପାରିବ ବୋଲି ଯୋଜନା ରହିଛି।