ଶ୍ରୀମନ୍ଦିରରେ ଦର୍ଶନ ପାଇଁ SOPରେ ପରିବର୍ତ୍ତନ

ଭୁବନେଶ୍ୱର, ୯/୨: ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣଙ୍କ ସଂଖ୍ୟା କମିବାରେ ଲାଗୁଛି। ତେଣୁ ଏହାରି ମଧ୍ୟରେ ପୁରୀ ଶ୍ରୀମନ୍ଦିରରେ ଦର୍ଶନ ପାଇଁ ମଧ୍ୟ SOPରେ ପରିବର୍ତ୍ତନ ହୋଇଛି । କାଠ ବ୍ୟାରିକେଡ ହଟାଯାଇ ସ୍ବାଭାବିକ ଭାବେ ଦର୍ଶନ ବ୍ୟବସ୍ଥା ହେବ। ସ୍ଥାୟୀ ବ୍ୟାରିକେଡ ଦେଇ  ମନ୍ଦିରକୁ ଯାଉଥିଲେ ଭକ୍ତ । ଅନ୍ୟପଟେ ଶନିବାର ଦିନ ମହାପ୍ରଭୁଙ୍କୁ ପଦ୍ମ ବେଶ କରାଯିବ। ତେଣୁ ସାନିଟାଇଜ ପାଇଁ ରବିବାର ଦର୍ଶନ ବନ୍ଦ ରହିବ ।