ଆସାମରେ ବଡ଼ ଦୁର୍ଘଟଣା: ବସ୍ ଓ ଟ୍ରକ ମଧ୍ୟରେ ଧକ୍କା, ୧୪ମୃତ

ନୂଆଦିଲ୍ଲୀ,୦୩/୦୧ : ଆସାମରେ ଅଭାବନୀୟ ଘଟଣା ଘଟିଛି । ବଡ଼ ଧରଣର ଦୁର୍ଘଟଣା ଘଟିଥିବା ସୂଚନା । ବସ୍ ଓ ଟ୍ରକ ମଧ୍ୟରେ ଧକ୍କା ଫଳରେ ୧୪ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆସାମର ଗୋଲାଘାଟ ଜିଲ୍ଲା ଡେରଗାଁରେ ଏହି ଦୁର୍ଘଟଣା ଘଟିଛି । ୧୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି । ୪୫ ଜଣ ବସରେ ପିକନିକ କରିବାକୁ ଯାଉଥିବା ବେଳେ ଭୋର ୫ଟା ବେଳେ ଏହି ଦୁର୍ଘଟଣା ଘଟିଛି । କୋଇଲା ବୋଝେଇ ଟ୍ରକ ସହ ଧକ୍କା ହେବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ଗୋଲାଘାଟ ଜିଲ୍ଲା ଦେରଗାଁଓ ବାଲିଜନ୍ ଗାଁ ନିକଟରେ ଏହି ମର୍ମନ୍ତୁଦ ଘଟଣା ଘଟିଛି । ପୁଲିସ ସମସ୍ତ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଘଟଣାର ଯାଞ୍ଚ ଚଳାଇଛି ।