ପୁଣି ଅଶାନ୍ତ ହୋଇ ଉଠିଛି ମଣିପୁର, ୪ପୋଲିସ କର୍ମୀ ଆହତ

ନୂଆଦିଲ୍ଲୀ,୨/୧: କିଛି ଦିନର ବ୍ୟବଧାନରେ ପୁଣି ଅଶାନ୍ତ ହୋଇ ଉଠିଛି ମଣିପୁର। ଆତଙ୍କବାଦୀଙ୍କ ଗୁଳିରେ ୪ଜଣ ପୋଲିସ କର୍ମଚାରୀଙ୍କ ସହ ଜଣେ ବିଏସଏଫ ଯବାନ ଆହତ ହୋଇଥିବା ସୂଚନା ରହିଛି।  ଅଜଣା ଶସ୍ତ୍ରଧାରୀ ଏବଂ ସ୍ଥାନୀୟ ଲୋକଙ୍କ ସଂଘର୍ଷ ଯୋଗୁ ୪ଜଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା । ପରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହେବାରୁ ସରକାର ଇମ୍ଫାଲ ଘାଟିରେ କର୍ଫ୍ୟୁ ଜାରି କରିଥିବା ବେଳେ ଏଭଳି ଅଘଟଣ ଘଟିଛି । ଉପଦ୍ରବୀ ମାନେ ପୋଲିସ ଗାଡି ଉପରକୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୪ଜଣ ପୋଲିସ ଅଧିକାରୀ ଏବଂ ଜଣେ ବିଏସଏଫ ଯବାନ ଗୁରୁତର ଆହତ ହୋଇଛନ୍ତି ।