ଟୋକିଓରେ ରନୱେରେ ଅବତରଣ ସମୟରେ ଜଳିଗଲା ବିମାନ

ନୂଆଦିଲ୍ଲୀ,୨/୦୧: ଜାପାନ ଟୋକିଓ ହନୋଦା ଏୟାରପୋର୍ଟରେ ନିଆଁଲାଗି ଏକ ବିମାନ ଜଳିଯାଇଥିବା ଦେଖିବାକୁ ମିଳିଛି । ବିମାନରେ ଥିବା ୩୦୦ଜଣ ଯାତ୍ରୀ ବିମାନରୁ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ବିମାନଟି ହୋକ୍କାଇଦୋରୁ ଟୋକିଓ ଅଭିମୁଖେ ଆସୁଥିଲା । ତେବେ ହନୋଦା ଏୟାରପୋର୍ଟରେ ଅବତରଣ ସମୟରେ କୋଷ୍ଟଗାର୍ଡ ଏୟାରକ୍ରାପ୍ଟ ସହ ଧକ୍କା ହୋଇଥିଲା । ଯାହାଫଳରେ ବିମାନଟିରେ ନିଆଁ ଲାଗିବା ପରେ ରନୱେ ଧୂଆଁମୟ ହୋଇଯାଇଥିଲା । ବିମାନ ମଧ୍ୟରେ ୩୦୦ରୁ ଅଧିକ ଯାତ୍ରୀ ରହିଥିଲେ, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଜରୁରୀକାଳୀନ ଦ୍ୱାର ବାଟେ ବାହାରକୁ ଆସିଥିବା ବେଳେ କୌଣସି ମୃତାହତ ଘଟିନଥିବା ଜାପାନ ଏୟାର ଲାଇନ୍ସ ପକ୍ଷରୁ ସ୍ପଷ୍ଟ କରାଯାଇଛି ।