ସାଂସଦ ମାନସ ମଙ୍ଗରାଜଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୩୦/୧୨: ବିଜେଡି ସାଂସଦଙ୍କୁ ଦିଆଯାଇଛି ନୂଆ ଦାୟିତ୍ୱ । ସମ୍ବଲପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି ସାଂସଦ ମାନସ ମଙ୍ଗରାଜ । ପୂର୍ବରୁ ବ୍ରହ୍ମପୁର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିଲେ ମାନସ ମଙ୍ଗରାଜ | ଆଉ ଏବେ ମାନସଙ୍କୁ ସମ୍ବଲପୁର ସଂସଦୀୟ କ୍ଷେତ୍ରର ଦାୟିତ୍ୱ ଦିଆଯାଇଛି । ସୌଭାଗ୍ୟ ନାୟକଙ୍କୁ ସମ୍ବଲପୁର ଓ ରେଙ୍ଗାଳି ଦାୟିତ୍ୱ ମିଳିଛି । ଗୌତମ ବୁଦ୍ଧ ଦାସଙ୍କୁ ଦେବଗଡ ଜିଲ୍ଲା ଦାୟିତ୍ୱ, ସେହିଭଳି ଅମରେଶ ଜେନାଙ୍କୁ ମିଳିଛି ବୌଦ୍ଧ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ।