ଆଜି ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୦/୧୨: ଆଜି ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଟ୍ରେନ୍ ପୂର୍ବତଟ ରେଳପଥ ଦେଇ ଚାଲିବ ଓ ଏଥିରେ ଓଡ଼ିଶା ରହିଛି । ଅମୃତ ଭାରତ ଏକ୍ସପ୍ରେସ୍ ଦେଶର ଏକ ନୂତନ ଧରଣର ସୁପରଫାଷ୍ଟ ଯାତ୍ରୀବାହୀ ଟ୍ରେନ୍ । ଏଥିରେ ରେଳ ଯାତ୍ରୀଙ୍କ ପାଇଁ ସୁନ୍ଦର ଆକର୍ଷଣୀୟ ଡିଜାଇନ୍ ସିଟ୍, ଉନ୍ନତମାନର ଲଗେଜ ୟାର୍କ, ଏଲ୍ଇଡି ଲାଇଟ୍, ସିସିସିଟି ଭଳି ସୁବିଧା ରହିବ ।

ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧାରୋଡ୍, ବ୍ରହ୍ମପୁର ରେଳ ଷ୍ଟେସନ୍ରେ ଜଣେ ଲେଖାଏଁ ଜନ ପ୍ରତିନିଧି ଏହି ଟ୍ରେନକୁ ସ୍ୱାଗତ କରିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶାରେ ଜଳେଶ୍ୱର, ବାଲେଶ୍ୱର, ସୋର, ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧାରୋଡ୍ ଓ ବ୍ରହ୍ମପୁରରେ ଏହି ଟ୍ରେନ୍ ରହିବ ।