ହାଇଟେକ ହସ୍ପିଟାଲରେ ବିସ୍ଫୋରଣ,୫ ଆହତ

ଭୁବନେଶ୍ୱର, ୨୯/୧୨: ହାଇଟେକ ହସ୍ପିଟାଲରେ ବିସ୍ଫୋରଣ ଘଟିଛି । ଯାହା ଫଳରେ ୫ଜଣ ଆହତ ହୋଇଛନ୍ତି। ଏନେଇ ହାଇଟେକ ହସ୍ପିଟାଲ ପିଆରଓଙ୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏହା କୌଣସି ବିସ୍ଫୋରଣ ନୁହେଁ । ଏସି ପିଲିଂ ବେଳେ ସ୍ପାର୍କିଂ ହୋଇଥିଲା । ଏଥିରେ ୫ ଜଣ ଆହତ ହୋଇଛନ୍ତି, ସେମାନଙ୍କ ଚିକିତ୍ସା ଚାଲିଛି । ଆଉ ସମସ୍ତେ ସୁସ୍ଥ ଥିବା ସୂଚନା ମିଳିଛି । ବିସ୍ଫୋରଣ ପରେ ବାୟୁମଣ୍ଡଳକୁ କଳା ଧୂଆଁ ଉଠିଥିଲା । ଏବେ ସ୍ଥିତି ନିୟନ୍ତ୍ରଣକୁ ଆସି ଯାଇଛି । ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ ଭୟଭିତ ନହେବାକୁ ହସ୍ପିଟାଲ ପିଆରଓ କହିଛନ୍ତି ।