ନନ୍ଦନକାନନର ୬୪ତମ ପ୍ରତିଷ୍ଠା ଦିବସ, ଲୋକାର୍ପିତ ହେବ ୱାଲାବି ଖୁଆଡ଼

ଭୁବନେଶ୍ୱର,୨୯/୧୨: ଆଜି ନନ୍ଦନକାନନର ୬୪ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ୱାଲାବି ଖୁଆଡ଼ ଲୋକାର୍ପିତ ହେବା ସହିତ ଖୁଆଡ଼ରେ ୨ଟି ୱାଲାବି ଛଡ଼ାଯିବ । ସେହିପରି ବଟନିକାଲ ଗାଡେନରେ ବାଉଁଶ ଉଦ୍ୟାନ ଓ ହାଇଡ୍ରୋଫାଇଟ ଉଦ୍ୟାନ ଲୋକାର୍ପିତ ହେବ । କାସ୍ୱାରି ଓ ଓଟିପକ୍ଷୀଙ୍କୁ ନୂତନ ଖୁଆଡ଼ରେ ଛଡ଼ାଯିବ । ଏହାଛଡ଼ା ନନ୍ଦନକାନନର ବାର୍ଷିକ ପୁସ୍ତିକା, କ୍ୟାଲେଣ୍ଡର, ନନ୍ଦନକାନନ ସଙ୍ଗୀତ, ନନ୍ଦନକାନନ ମନିଟରିଙ୍ଗ ଆପ, ବଟାନିକାଲ ଗାଡେନର ୱେବସାଇଟ, ୬ଟି ବାଘ ଓ ୬ଟି ସିଂହ ଶାବକଙ୍କ ନାମକରଣ କରାଯିବ । ଏହା ଶହ କାର୍ଯ୍ୟରତ କିଛି କର୍ମଚାରୀଙ୍କୁ ସମ୍ମାନୀତ କରାଯିବ ।