ରାଜ୍ୟରେ ଆଜି ଆଉ ୩ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,୨୮/୧୨: ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ଅକ୍ରାନ୍ତଙ୍କ ସଂଖ୍ୟା । ଆଜି ଆଉ ୩ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏହାସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ମଧ୍ୟ ବଢିଚାଲିଛି କରୋନା ପଜିଟିଭଙ୍କ ସଂଖ୍ୟା । ୨୪ଘଂଟା ମଧ୍ୟରେ ଦେଶରେ ଆଉ ୫୨୯ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କର୍ଣ୍ଣାଟକରେ ୨ଜଣ ଓ ଗୁଜରାଟରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ସଂକ୍ରମିତ ମାନଙ୍କ ମଧ୍ୟରୁ ବର୍ତମାନ ସୁଦ୍ଧା ଜେଏନ ଡଟ୍ ୱାନ ଭ୍ୟାରିଆଂଟର ୧୦୯ଟି ମାମଲା ଚିହ୍ନଟ ହୋଇଛି । ଯେଉଁ ମାନଙ୍କ ମଧ୍ୟରେ ଗୁଜରାଟରେ ୩୬, କର୍ଣ୍ଣାଟକରେ ୩୪, ଗୋଆରେ ୧୪, କେରଳ ଓ ମହାରାଷ୍ଟ୍ରରେ ୬, ରାଜସ୍ଥାନ ଓ ତାମିଲନାଡୁରେ ୪ ଏବଂ ତେଲେଙ୍ଗାନାରୁ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି କରୋନାରେ ଜଣେ ରାଜନେତା ତଥା ଅଭିନେତା କ୍ୟାପ୍ଟେନ ବିଜୟକାନ୍ତଙ୍କ ପରଲୋକ ହୋଇଥିବା ଖବର ରହିଛି ।