ଭଦ୍ରକ ଗସ୍ତରେ 5T ଅଧ୍ୟକ୍ଷ ଭି.କେ.ପଣ୍ଡିଆନ, ଆରଡିରେ ବାବା ଆଖଣ୍ଡଳମଣିଙ୍କ ଦର୍ଶନ କଲେ

ଭୁବନେଶ୍ୱର,୨୭/୧୨: ଆଜି ଭଦ୍ରକ ଗସ୍ତରେ ଯାଇଛନ୍ତି 5T ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ। ସେ ସେଠାରେ ପହଞ୍ଚି ଆଜି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଚାନ୍ଦବାଲି ଆସି ଆରଡିରେ ବାବା ଆଖଣ୍ଡଳମଣିଙ୍କ ଦର୍ଶନ କରିଥିଲେ । ଆରଡିରେ ବାବା ଆଖଣ୍ଡଳମଣିଙ୍କ ୨ୟ ପର୍ଯ୍ୟାୟ ରୂପାନ୍ତରଣ ପାଇଁ ୫୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି ରାଜ୍ୟ ସରକାର । ଏହାସହ ଧାନଖଣିଆ ସାଳନ୍ଦୀ ନଦୀଘାଟରେ ସେତୁ ନିର୍ମାଣ ପାଇଁ ୮୦ କୋଟି ଟଙ୍କା ମଂଜୁର ହୋଇଛି । ସେହିଭଳି ଆସନ୍ତା ଫେବୃଆରୀରୁ ଚାନ୍ଦବାଲି ବ୍ଲକ ସହ ଭଦ୍ରକ ଜିଲ୍ଲାରେ ଲକ୍ଷ୍ମୀବସ ସେବା ଆରମ୍ଭ ହେବ ବୋଲି କହିଛନ୍ତି ଭି.କେ. ପାଣ୍ଡିଆନ । ଏହାସହ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି।