ଭୁବନେଶ୍ୱର,୨୭/୧୨: ଆଜିଠୁ ମାସକ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ପ୍ରଶାସନିକ ସ୍ତରରେ ଆଲୋଚନା ପରେ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିଥିବା ଜଣାପଡିଛି । ୪ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲା ଶିମିଳିପାଳ ବିକାଶ ପରିଷଦ ।ଶିମିଳିପାଳ ମୁଖ୍ୟ ରାସ୍ତାରେ ମୋରମ ବିଛାଇବା ସହିତ ଅନ୍ୟ ଆନୁସଙ୍ଗିକ ଭିତିଭୂମି ସଜାଡିବା ନେଇ ଶିମିଳିପାଳ ବିକାଶ ପରିଷଦ ପକ୍ଷରୁ ଦାବି କରାଯାଇଥିଲା । ପ୍ରଶାସନିକ ସ୍ତରରେ ଆଲୋଚନା ପରେ ୪ଦିନ ହେବ ରାସ୍ତାରେ ମୋରମ ବିଛା କାମ ଆରମ୍ଭ ହୋଇଥିବା ବେଳେ ଆଜି ପର୍ଯ୍ୟଟକଙ୍କୁ ଶିମିଳିପାଳ ଯିବାକୁ ଅନୁମତି ମିଳିଛି ।